🙏ଜୟ ଜଗନ୍ନାଥ 🙏
10ଡିସେମ୍ବର 2021ରେ SOG ଚନ୍ଦକା ପରିସରରେ ସାହା ଚାରିଟେବୁଲ ଟ୍ରଷ୍ଟ, ଭୁବନେଶ୍ୱର ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି। ଟ୍ରଷ୍ଟ ତରଫରୁ 200+110 =310 ଫଳ ବୃକ୍ଷ ରୋପଣ କରାଯାଇସାରିଛି।
ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯୋଗ ଦେଇଥିଲେ ଅଜୟ କୁମାର ପାଢ଼ୀ CEO, SOG, ଭିଷ୍ମଦେବ ସାହୁ, ମନୋଜ କୁମାର ସାହୁ, ଯୋଗେଶ୍ୱର ଏକ୍କା, ମନୋଜ କୁମାର ଜେନା, ଗଗନ ବିହାରୀ ନାୟକ, ପ୍ରତାପ ଚନ୍ଦ୍ର ଗିରି, ମନ୍ମଥ କୁମାର ମହାପାତ୍ର, ଗୋପାଳ ଚନ୍ଦ୍ର ପ୍ରଧାନ ଏବଂ ଅନେକ ପୋଲିସ ବନ୍ଧୁ ଓ ସାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନବାବା।
ଓଡ଼ିଶାକୁ ସବୁଜ ସୁନ୍ଦର ଓ ପରିବେଶ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା ଗୋଟିଏ ଜୀବନ ଗୋଟିଏ ବୃକ୍ଷ ପାଇଁ ଆହ୍ୱାନ କରିଥିଲେ।
ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଇଁ ସହାୟତା ପ୍ରଦାନ କରିଛନ୍ତି ଉତ୍କଳ ଚାରିଟେବୁଲ ଟ୍ରଷ୍ଟ। ଏହି ସାମାଜିକ ସେବାରେ ସହାୟତା ପ୍ରଦାନ କରିଥିବାରୁ ସାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନବାବା ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଓଡ଼ିଶାର ପ୍ରକୃତିକୁ ସୁରକ୍ଷା ଦେବା ଓ ପରିବେଶ ସୁରକ୍ଷା ପାଇଁ ପ୍ରକୃତିପ୍ରେମୀ, ଶୁଭେଚ୍ଛୁ ଆଗେଇ ଆସିବାକୁ ଆହ୍ବାନ କରିଛନ୍ତି।


ସାହା ଚାରିଟେବୁଲ ଟ୍ରଷ୍ଟର ଏହି GREEN DRIVEର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଶାର ପ୍ରକୃତିକୁ ସବୁଜ ସୁନ୍ଦର ଓ ପରିବେଶକୁ ସୁରକ୍ଷା, ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ, ଆଶ୍ରୟସ୍ଥଳ ଏବଂ ଭବିଷ୍ୟତରେ କିଛି ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ଦେଇପାରିବ ବୋଲି ଟ୍ରଷ୍ଟର ମୁଖ୍ୟ ଜୀବନବାବା ପ୍ରକାଶ କରିଛନ୍ତି।
🙏ଜୟ ଜଗନ୍ନାଥ 🙏
