Saha Charitable Trust

ଷଷ୍ଠ ବାଟାଲିୟନ ପରିସରରେ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Home » Blog » ଷଷ୍ଠ ବାଟାଲିୟନ ପରିସରରେ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

🙏ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏

ଆଦ୍ୟ 10/8/2022 ତାରିଖରେ ଶାହା ଚାରିଟେବୁଲ ଟ୍ରଷ୍ଟ, ଭୁବନେଶ୍ୱର ପକ୍ଷରୁ ଷଷ୍ଠ ବାଟାଲିୟନ, ଖୋର୍ଦ୍ଧା ପରିସରରେ ଆମ୍ବ, ପଣସ, ହରିଡା, ବାହାଡା, ଅଁଳା ଆଦି ବୃକ୍ଷ ରୋପଣ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କମାଣ୍ଡାଣ୍ଟ ନାରାୟଣ ଦୋରା, ଆସିଷ୍ଟାଣ୍ଟ ଗୈରାଙ୍ଗ ଚନ୍ଦ୍ର ସାହୁ, ଆର. ହେମ୍ବ୍ରମ, ସବ୍-ଇନ୍ସପେକ୍ଟର (ଆ) ନିରାକାର ମହାପାତ୍ର, ଇନ୍ସପେକ୍ଟର (ଆ) କେ.ମେଲକା, ଗୈରାଙ୍ଗ ପାତ୍ର, ବାବା ସିଂ, -ଇନ୍ସପେକ୍ଟର ଅବଦୁଲ କଲାମ, ସବ-ଇନ୍ସପେକ୍ଟର (ଆ) ଏସ.ଏନ. ରାଓ, ଜେଡ.ଆର. ଗାନ, ଅନେକ ପୋଲିସ ବନ୍ଧୁ ଏବଂ ଶାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନବାବା ଉପସ୍ଥିତ ରହି ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ମନୋଜ କୁମାର ଜୈନଙ୍କର 1100/- ଟଙ୍କା ସହଯୋଗ ରହିଛି। ଏହି ସାମାଜିକ କାର୍ଯ୍ୟ ପାଇଁ ଟ୍ରଷ୍ଟ ତାଙ୍କୁ ଅନେକ ଅନେକ ଧନ୍ୟବାଦ୍ ଜଣାଉଛୁ।

ବୃକ୍ଷ ଆମର ବନ୍ଧୁ, ଗୋଟିଏ ଜୀବନ ଗୋଟିଏ ବୃକ୍ଷ ନ୍ୟାୟରେ ସମସ୍ତେ ଏପରି କାର୍ଯ୍ୟ କରିବା ପାଇଁ ଆଗେଇ ଆସନ୍ତୁ ବୋଲି ଶାହା ଚାରିଟେବୁଲ ଟ୍ରଷ୍ଟ ଆହ୍ବାନ ଜଣାଉଛି।

🙏ଜୟ ଜଗନ୍ନାଥ 🙏