ତା17/7/2022ରିଖ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନୂଆବେତଣ୍ଡା (କୁଲା), ନିଆଳି, କଟକ ଅଞ୍ଚଳର ଶ୍ରୀ କୃଷ୍ଣଚନ୍ଦ୍ର ଦାସଙ୍କ ବାଡ଼ିରେ ଆମ୍ବ, ପଣସ, ନଡିଆ ଇତ୍ୟାଦି ବୃକ୍ଷ ରୋପଣ କରାଯାଇଛି। ଏହି କାର୍ଯ୍ୟରେ କୃଷ୍ଣଚନ୍ଦ୍ରଙ୍କ ପରିବାରର ସଦସ୍ୟ ରହି ବୃକ୍ଷ ରୋପଣ କରିଥିଲେ।
ଶାହା ଚାରିଟେବୁଲ ଟ୍ରଷ୍ଟର GREEN DRIVEର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଶାକୁ ସବୁଜ ସୁନ୍ଦର କରିବା, ପରିବେଶକୁ ସୁରକ୍ଷା ଦେବା, ପଶୁପକ୍ଷୀଙ୍କୁ ଖାଦ୍ୟ ଓ ସୁରକ୍ଷା ଦେବା।
ଚାହୁଁଥିବା ବ୍ୟକ୍ତି ନିଜର କିମ୍ବା ସମ୍ପର୍କୀୟଙ୍କ ଜନ୍ମଦିନରେ ବୃକ୍ଷରୋପଣ କରିବା, ଆନିଭର୍ସରି, ମୃତ୍ୟୁ ଶ୍ରଦ୍ଧାଞ୍ଜଳିରେ ମଧ୍ୟ ବୃକ୍ଷରୋପଣ ନିମନ୍ତେ ଆଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତି ନିଜ ବାଡିବଗିଚା, ବିଦ୍ୟାଳୟ, ମଠ ମନ୍ଦିରରେ ଯେଉଁଠି ବୃକ୍ଷ ରୋପଣ କରିବା ପାଇଁ ଚାହୁଁଛନ୍ତି ଯୋଗାଯୋଗ କରନ୍ତୁ – 9938693532।
🙏 ଜୟ ଜଗନ୍ନାଥ 🙏


