ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାହା ଚାରିଟେବୁଲ ହୋମିଓପାଥି ଡିସ୍ପେନ୍ସାରୀ ପରିସରରେ ଗତ 5ତାରିଖରେ ଶୀତ ସମୟରେ ବୃଦ୍ଧ ବୃଦ୍ଧାଙ୍କୁ 200 କମ୍ବଳ ସହ ମିଠା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଛନ୍ତି ଟ୍ରଷ୍ଟର ଜଣେ ଶୁଭଚିନ୍ତକ ଏବଂ ମିଠା ପ୍ରଦାନ କରିଛନ୍ତି ମା’ରଓ୍ବାଡି ଯୁବମଞ୍ଚ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ସାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନ ବାବା, ଡଃ ପୂର୍ଣ୍ଣଚନ୍ଦ୍ର ପଣ୍ଡା, କୈଳାସ ଚନ୍ଦ୍ର ସାହୁ, ଡଃ ସୁମିତ୍ରା ତ୍ରିପାଠୀ, ମମତା ସାହୁ ପ୍ରମୁଖ। ଏହି କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିବା ବ୍ୟକ୍ତି ଏବଂ ସଂସ୍ଥାକୁ ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ୍ ଅର୍ପଣ କରାଯାଉଛି।
ଜୟ ଜଗନ୍ନାଥ 🙏🙏🙏