Saha Charitable Trust

ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ 1st Battalion, Dhenkanalରେ ବୃକ୍ଷ ରୋପଣ

Home » Blog » ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ 1st Battalion, Dhenkanalରେ ବୃକ୍ଷ ରୋପଣ

ଶାହା ଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ୱର ପକ୍ଷରୁ ତା20/02/2022ରିଖ ଦିନ 1st Battalion, Dhenkanal ପରିସରରେ ଫଳ ଓ ଫୁଲ ଚାରା ରୋପଣ କରାଯାଇଛି।


ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯୋଗ ଦେଇଥିଲେ OSAP 1st Battalion କମାଣ୍ଡୋ ସୁଧିର ବେହେରା, ସୁବେଦାର ପ୍ରଶାନ୍ତ, ହା.ମେଜର ରଞ୍ଜନ ଜେନା, ଅଭିଷେକ ମିଶ୍ର, ପଞ୍ଚାନନ ନାୟକ, ବିଜ୍ଞାନ ଜେନା, ରଜନୀ ବେହେରା ଓ ଅନେକ ପୋଲିସ ବନ୍ଧୁ ଉପସ୍ଥିତ ରହିବା ସହ ଢେଙ୍କାନାଳ ନିବାସୀ ଯୁଗୋଳ କିଶୋର ଚାଣ୍ଡକ-କମଳା ଦେବୀ, ନନ୍ଦ କୁମାର ମାହେଶ୍ୱରୀ, ସିଏ-ମନୋଜ ଅଗ୍ରୱାଲ, ସିଏ-କିରନ ଅଗ୍ରୱାଲ,ମହେଶ ପ୍ରସାଦ ଅଗ୍ରୱାଲ, ୟଶରାଜ ଅଗ୍ରୱାଲ ଏବଂ ଶାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନବାବା।


ସଭାପତି OSAP 1st Battalionର କମାଣ୍ଡୋ ସୁଧିର ବେହେରା କହିଛନ୍ତି ଶାହା ଚାରିଟେବୁଲ ଟ୍ରଷ୍ଟ ଏଠାରେ ଆଗରୁ ବୃକ୍ଷ ରୋପଣ କରିଛନ୍ତି, ଆଜି ଦ୍ୱିତୀୟ ଥର ବୃକ୍ଷ ରୋପଣ କରାଯାଇଛି।ଓଡ଼ିଶାର ବିଭିନ୍ନ ଜାଗାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏବଂ ଭୁବନେଶ୍ବରର ଚକେଇସିହାଣୀଠାରେ ହୋମିଓପାଥି ଦାତବ୍ୟ ଚିକିତ୍ସାଳୟ ଦ୍ୱାରା ହେଉଥିବା ସମାଜ ସେବା ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ପୋଲିସ କ୍ୟାମ୍ପସ ଏବଂ ଅନ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁଗଳ କିଶୋର ଚାଣ୍ଡକ କହିଥିଲେ ବୃକ୍ଷ ଆମର ସବୁ ଆବଶ୍ୟକତା ପୂରଣ କରିଥାଏ, ବୃକ୍ଷ ପ୍ରାଣୀର ଜୀବନ ତେଣୁ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ ବୋଲି ଆହ୍ୱାନ କରିଥିଲେ।


ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଇଁ ଢେଙ୍କାନାଳନିବାସୀ ଯୁଗୋଳ କିଶୋର ଚାଣ୍ଡକ-କମଳା ଦେବୀ ତାଙ୍କ ଝିଅ ସ୍ବର୍ଗୀୟା ଡା. ଶୀତଲ ଚାଣ୍ଡକଙ୍କ ସ୍ମୃତିରେ ସହାୟତା ପ୍ରଦାନ କରିଛନ୍ତି। ଏହି ସାମାଜିକ ସେବାରେ ସହାୟତା ପ୍ରଦାନ କରିଥିବାରୁ ଶାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନବାବା ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଓଡ଼ିଶାର ପ୍ରକୃତିକୁ ସୁରକ୍ଷା ଦେବା ଓ ପରିବେଶ ସୁରକ୍ଷା ପାଇଁ ପ୍ରକୃତିପ୍ରେମୀ, ଶୁଭେଚ୍ଛୁ ଆଗେଇ ଆସିବାକୁ ଆହ୍ବାନ କରିଛନ୍ତି।


ସାହା ଚାରିଟେବୁଲ ଟ୍ରଷ୍ଟର ଏହି GREEN DRIVEର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଶାର ପ୍ରକୃତିକୁ ସବୁଜ ସୁନ୍ଦର ଓ ପରିବେଶକୁ ସୁରକ୍ଷା, ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ, ଆଶ୍ରୟସ୍ଥଳ ଏବଂ ଭବିଷ୍ୟତରେ କିଛି ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ଦେଇପାରିବ।


🙏ଜୟ ଜଗନ୍ନାଥ 🙏

Translate »