Saha Charitable Trust

ଶ୍ରୀପଞ୍ଚମୀ ତିଥି ଅବସରରେ SOG ଚନ୍ଦକାରେ ଫଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Home » Blog » ଶ୍ରୀପଞ୍ଚମୀ ତିଥି ଅବସରରେ SOG ଚନ୍ଦକାରେ ଫଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଶ୍ରୀପଞ୍ଚମୀ ତିଥି ଅବସରରେ SOG ଚନ୍ଦକାରେ ଫଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପବିତ୍ର ଶ୍ରୀପଞ୍ଚମୀ ବା ସରସ୍ୱତୀ ପୂଜା ଅବସରରେ ଫେବୃଆରୀ 05,2022ରେ SOG ଚନ୍ଦକା ପରିସରରେ ସାହା ଚାରିଟେବୁଲ ଟ୍ରଷ୍ଟ, ଭୁବନେଶ୍ୱର ପକ୍ଷରୁ ଆମ୍ବ, ବେଲ ଇତ୍ୟାଦି ଫଳ ବୃକ୍ଷ ରୋପଣ କରାଯାଇଛି।
ଏହି ସାମାଜିକ ସେବାରେ ଢେଙ୍କାନାଳ ନିବାସୀ ଯୁଗୋଳ କିଶୋର ଚାଣ୍ଡକ-କମଳା ଦେବୀଙ୍କ କନ୍ୟା ସ୍ବର୍ଗୀୟା ଡ଼ା. ଶୀତଳ ଚାଣ୍ଡକଙ୍କ ସ୍ମୃତିରେ ବୃକ୍ଷ ରୋପଣ ପାଇଁ ସହାୟତା ପ୍ରଦାନ କରିଛନ୍ତିି।
ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯୋଗ ଦେଇଥିଲେ ଅଜୟ କୁମାର ପାଢ଼ୀ, CEO SOG, ଭୁବନେଶ୍ୱର ନାୟକ, ଯିତେନ୍ଦ୍ର କୁମାର ମଲ୍ଲିକ, ସୋମ୍ଯରଞ୍ଜନ ପ୍ରଧାନ, କାଳିଆ ଗୈାଡ, ଚିନ୍ତଲ ପ୍ରବିନ କୁମାର, ଦୁସ୍ମନ୍ତ କୁମାର ଭୋଇ, ବିଷ୍ଣୁ ବାହାଦୂର ଥାପ୍ପା, କୈଳାସ ଚନ୍ଦ୍ର ବେହେରା, ଭିକି ସବର, ଅର୍ଜ୍ଜନ ଆଲମଙ୍ଗ, ବିକାଶ ନିଓପାଣି, କ୍ଷୀରୋଦ କୁମାର ସାହୁ, ମହେନ୍ଦ୍ର ସିଂ
ଏବଂ ଅନେକ ପୋଲିସ ବନ୍ଧୁ ଓ ସାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନବାବା।
ଓଡ଼ିଶାକୁ ସବୁଜ ସୁନ୍ଦର ଓ ପରିବେଶ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା ଗୋଟିଏ ଜୀବନ ଗୋଟିଏ ବୃକ୍ଷ ପାଇଁ ଆହ୍ୱାନ କରିଥିଲେ ଅତିଥିବୃନ୍ଦ।
ସହାୟତା ପ୍ରଦାନ କରିଥିବା ପରିବାରଙ୍କୁ ସାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନବାବା ଧନ୍ୟବାଦ ଅର୍ପଣ କରିବା ସହ ଓଡ଼ିଶାର ପ୍ରକୃତିକୁ ସୁରକ୍ଷା ଦେବା ଓ ପରିବେଶ ସୁରକ୍ଷା ପାଇଁ ପ୍ରକୃତିପ୍ରେମୀ, ଶୁଭେଚ୍ଛୁ ଆଗେଇ ଆସିବାକୁ ଆହ୍ବାନ କରିଛନ୍ତି।
ସାହା ଚାରିଟେବୁଲ ଟ୍ରଷ୍ଟର ଏହି GREEN
DRIVEର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଶାର ପ୍ରକୃତିକୁ ସବୁଜ ସୁନ୍ଦର ଓ ପରିବେଶକୁ ସୁରକ୍ଷା, ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ, ଆଶ୍ରୟସ୍ଥଳ ଏବଂ ଭବିଷ୍ୟତରେ କିଛି ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ଦେଇପାରିବ ବୋଲି ଟ୍ରଷ୍ଟର ମୁଖ୍ୟ ଜୀବନବାବା ପ୍ରକାଶ କରିଛନ୍ତି।

🙏 ଜୟ ଜଗନ୍ନାଥ 🙏“