ଶାହା ଚାରିଟେବୁଲ ଟ୍ରଷ୍ଟ ଏବଂ OSAP, ସପ୍ତମ ବାଟାଲିୟନ ମିଳିତ ଭାବେ 25 ଫେବୃଆରୀ 2022 ରେ OSAP,
ସପ୍ତମ ବାଟାଲିୟନ, ଭୁବନେଶ୍ୱର ପରିସରରେ କିଛି ଫଳ ଚାରା ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବାଟାଲିୟନ ପରିସରରେ ଥିବା ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ପିଲାମାନେ ଖୁସିରେ ଆସି ପୋଲିସ ବନ୍ଧୁମାନଙ୍କ ସହ ମିଶି ବୃକ୍ଷ ରୋପଣ କରିଛନ୍ତି।ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପୂର୍ବତନ ଡିଜି ଶ୍ରୀଯୁକ୍ତ ସନ୍ଦିପ ମାରିକ୍। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଶ୍ରୀ ବିଜୟ କୁମାର ସାହୁ OSAP, DCP, ହେମନ୍ତ କୁମାର ଦାସ, ଲଳିତେନ୍ଦୁ ମହାନ୍ତି, ଦୁଷ୍ମନ୍ତ କୁମାର ମହାପାତ୍ର, ସଭାପତି ବିନୋଦ ବଳ, ସମ୍ପାଦକ ଚନ୍ଦ୍ରଶେଖର ଶ୍ରୀଚନ୍ଦନ, ଅନେକ ପୋଲିସ ବନ୍ଧୁ ଓ ଶାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନ ବାବା ଓ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ବାଟାଲିୟନ ପରିସରରେ ଥିବା ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଛାତ୍ରଛାତ୍ରୀ।
ପୂର୍ବତନ ଡିଜି ମାରିକ୍ ସାର ପିଲାଙ୍କୁ ଉପଦେଶ ଦେଇ କହିଥିଲେ ବୃକ୍ଷ ଜଗତ ଆମ ପ୍ରାଣୀ ଜଗତ ସହ କିପରି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଏବଂ ତୁମେ ନିଜେ ଓ ତୁମର ସାଙ୍ଗସାଥୀ ମିଶି ବାଡି ବଗିଚାରେ ବୃକ୍ଷ ରୋପଣ କରିବାକୁ କହିଥିଲେ। ଜୀବନ ବାବା ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇ କହିଥିଲେ ଯେ, ତୁମେମାନେ ଗୁଡ଼ ପରି ହୁଆ, ଅର୍ଥାତ୍ ଟିକିଏ ଗୁଡ଼କୁ ଦେଖି ହଜାର ହଜାର ପିମ୍ପୁଡ଼ି ଧାଡ଼ି ଲଗାଇ ଦିଅନ୍ତି, ସେହି ପରି ତୁମେମାନେ ବର୍ତ୍ତମାନ ସାଙ୍ଗସାଥୀରେ ସମୟ ନଷ୍ଟ ନ କରି ପାଠପଢି କରି କିମ୍ବା କିଛି ଭଲକାମ କରି ଭଲ ମଣିଷ ହେଲେ ତୁମ ପାଖକୁ ସମସ୍ତେ ଆଗେଇ ଆସିବେ।
ଏହି କାର୍ଯ୍ୟକ୍ରମ ପାଇଁ ସହାୟତା ପ୍ରଦାନ କରିଛନ୍ତି ଭୁବନେଶ୍ୱରର ଜଣେ ଶୁଭଚିନ୍ତକ ଏବଂ ସନ୍ତୋଷ ପଟ୍ଟନାୟକ। ଏହି ସାମାଜିକ ସେବାରେ ସହାୟତା ପ୍ରଦାନ କରିଥିବାରୁ ଶାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନବାବା ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଓଡ଼ିଶାର ପ୍ରକୃତିକୁ ସୁରକ୍ଷା ଦେବା ଓ ପରିବେଶ ସୁରକ୍ଷା ପାଇଁ ପ୍ରକୃତିପ୍ରେମୀ, ଶୁଭେଚ୍ଛୁ ଆଗେଇ ଆସିବାକୁ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆହ୍ବାନ କରାଯାଉଛି।
🙏ଜୟ ଜଗନ୍ନାଥ 🙏

