ଶାହା ଚାରିଟେବୁଲ ଟ୍ରଷ୍ଟ ଏବଂ OSAP, ସପ୍ତମ ବାଟାଲିୟନ ମିଳିତ ଭାବେ 24 ଫେବୃଆରୀ 2022 ରେ OSAP, ସପ୍ତମ ବାଟାଲିୟନ, ଭୁବନେଶ୍ୱର ପରିସରରେ 250 ଆମ୍ବ ଚାରା ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ଡିଜି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମିଶ୍ର ଯୋଗଦେଇ ବୃକ୍ଷ ରୋପଣ କରିବା ସହ ଏହାର ଯତ୍ନ ଉପରେ ଗୁରୁତ୍ବାରୋପ କରିଥିଲେ। ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନା କରୁଥିଲେ ଶ୍ରୀ ବିଜୟ କୁମାର ସାହୁ OSAP, DCP ଏବଂ ଶ୍ରୀଯୁକ୍ତ ସୁଜ୍ଞାନ ଚୈଧୁରୀ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ହେମନ୍ତ କୁମାର ଦାସ, ଲଳିତେନ୍ଦ ମହାନ୍ତି, ଦୁଷ୍ମନ୍ତ କୁମାର ମହାପାତ୍ର, ସଭାପତି ବିନୋଦ ବଳ, ସମ୍ପାଦକ ଚନ୍ଦ୍ରଶେଖର ଶ୍ରୀଚନ୍ଦନ ଏବଂ ଅନେକ ପୋଲିସ ବନ୍ଧୁ। ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ମାରୱାଡ଼ି ଯୁବ ମଞ୍ଚର ମନିଷ ଖଣ୍ଡେଲଓ୍ବାଲ, କିଷନ ବଲଦିଆ ଏବଂ ଟ୍ରେଜରୀ-ହରିଶ ଅଗ୍ରୱାଲ, ଢେଙ୍କାନାଳର ଯୁଗୋଳ କିଶୋର ଚାଣ୍ଡକ, ଚଣ୍ଡିଖୋଲର ଦେବଦତ୍ତ ବଳିୟାର ସିଂହ, ଯାଜପୁରର ସନ୍ତୋଷ କୁମାର ସାହୁ ଓ ଶାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନ ବାବା। ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ପୋଲିସ କ୍ୟାମ୍ପସ ଏବଂ ଅନେକ ସ୍ଥାନରେ ଶାହା ଚାରିଟେବୁଲ ଟ୍ରଷ୍ଟ ବୃକ୍ଷ ରୋପଣ କରିଆସୁଥିବାରୁ DCP ବିଜୟ କୁମାର ସାହୁ ଶାହା ଚାରିଟେବୁଲ ଟ୍ରଷ୍ଟକୁ ପ୍ରଶଂସା କରୁଥିଲେ।
ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଇଁ ସହାୟତା ପ୍ରଦାନ କରିଛନ୍ତି ଢେଙ୍କାନାଳନିବାସୀ ଯୁଗୋଳ କିଶୋର ଚାଣ୍ଡକ-କମଳା ଦେବୀ ତାଙ୍କ ଝିଅ ସ୍ବର୍ଗୀୟା ଡା. ଶୀତଲ ଚାଣ୍ଡକଙ୍କ ସ୍ମୃତିରେ ଏବଂ ଭୁବନେଶ୍ବରର ଜଣେ ଶୁଭଚିନ୍ତକ। ଏହି ସାମାଜିକ ସେବାରେ ସହାୟତା ପ୍ରଦାନ କରିଥିବାରୁ ଶାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନବାବା ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଓଡ଼ିଶାର ପ୍ରକୃତିକୁ ସୁରକ୍ଷା ଦେବା ଓ ପରିବେଶ ସୁରକ୍ଷା ପାଇଁ ପ୍ରକୃତିପ୍ରେମୀ, ଶୁଭେଚ୍ଛୁ ଆଗେଇ ଆସିବାକୁ ଆହ୍ବାନ କରିଛନ୍ତି।
ସାହା ଚାରିଟେବୁଲ ଟ୍ରଷ୍ଟର ଏହି GREEN DRIVEର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଶାର ପ୍ରକୃତିକୁ ସବୁଜ ସୁନ୍ଦର ଓ ପରିବେଶକୁ ସୁରକ୍ଷା, ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ, ଆଶ୍ରୟସ୍ଥଳ ଏବଂ ଭବିଷ୍ୟତରେ କିଛି ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ଦେଇପାରିବ।
🙏ଜୟ ଜଗନ୍ନାଥ 🙏



