Saha Charitable Trust

OSAP ଅଷ୍ଟମ ବାଟାଲିୟନ ପରିସରରେ ବୃକ୍ଷ ରୋପଣ

Home » Blog » OSAP ଅଷ୍ଟମ ବାଟାଲିୟନ ପରିସରରେ ବୃକ୍ଷ ରୋପଣ

ତା12.06.2022ରେ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ OSAP, ଅଷ୍ଟମ ବାଟାଲିୟନ ପରିସରରେ 200 ଆମ୍ବ ଚାରା ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଛନ୍ତିି ଜିଏସ୍ ହେଲ୍ପିଙ୍ଗ ହ୍ୟାଣ୍ଡ ଫାଉଣ୍ଡେସନ (GS HELPING HANDS FOUNDATION)।

ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ମଲ୍ଲିକ OPS-1 Commandant, ଲକ୍ଷ୍ମୀ ନାରାୟଣ ବେହେରା Ass. Comm., ସୁବେଦାର ମେଜର ଦାଶ, ସୁବେଦାର କୃଷ୍ଣଚନ୍ଦ୍ର ବେହେରା, ସୁବେଦାର ପ୍ରଫୁଲ୍ଲ କୁମାର ସେଠୀ, ସରୋଜକାନ୍ତ ସାହୁ SI(Armed ), ତପନ ଦାସ, ପି.କେ. ତ୍ରିପାଠୀ ପ୍ରେସିଡେଣ୍ଟ ହାବିଲଦାର & Sepoy Branch Asso., ଅଜିତ କୁମାର ରଥ ଏବଂ ଅନେକ ପୋଲିସ ବନ୍ଧୁ ଓ ଶାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନ ବାବା ପ୍ରମୁଖ ଉପସ୍ଥିତ ରହିଥିଲେ।

ଏହି ସାମାଜିକ କାର୍ଯ୍ୟରେ ସହାୟତା ପ୍ରଦାନ କରିଥିବା ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଶାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନ ବାବା।

ଓଡ଼ିଶାର ପ୍ରକୃତିକୁ ସୁରକ୍ଷା ଦେବା ଓ ପରିବେଶ ସୁରକ୍ଷା ପାଇଁ ପ୍ରକୃତିପ୍ରେମୀ, ଶୁଭେଚ୍ଛୁ ଆଗେଇ ଆସିବାକୁ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆହ୍ବାନ କରାଯାଉଛି।

ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆପଣମାନଙ୍କୁ ସହୃଦୟ ସହ ଶୁଭେଚ୍ଛା ଓ ଶୁଭକାମନା ଯେଉଁମାନେ ଅଯାଚିତ ଭାବେ ଟ୍ରଷ୍ଟ ଉପରେ ଭରସା ରଖି ସଦା ସର୍ବଦା ସାହାଯ୍ୟ କରିଆସିଛନ୍ତି। ନିଜର କିମ୍ବା ସମ୍ପର୍କୀୟଙ୍କ ଜନ୍ମଦିନରେ ବୃକ୍ଷରୋପଣ କରିବା, ଆନିଭର୍ସରି, ମୃତ୍ୟୁ ଶ୍ରଦ୍ଧାଞ୍ଜଳିରେ ମଧ୍ୟ ବୃକ୍ଷରୋପଣ ନିମନ୍ତେ ଆଗ୍ରହ ପ୍ରକାଶ କରି ସହାୟତା ପ୍ରଦାନକରିଛନ୍ତି। ବିଗତ ବର୍ଷମାନଙ୍କରେ ଯେପରି ସହାୟତା ପ୍ରଦାନ କରିଛନ୍ତି ତଦ୍ବାରା ଓଡ଼ିଶା ଏବଂ ଓଡ଼ିଶା ବାହାରେ ମଧ୍ୟ ଔଷଧୀୟ ବୃକ୍ଷ ଏବଂ ଫଳ ବୃକ୍ଷ ରୋପଣ କରାଯାଇସାରିଛି‌। ଏବର୍ଷ 2022 ମଧ୍ୟ ସେହି ଭଳି ସହଯୋଗର ହାତ ବଢ଼ାଇଲେ ଓଡ଼ିଶାର 30ଟି ଜିଲ୍ଲା ଏବଂ ଓଡ଼ିଶା ବାହାରେ 50,000 ବୃକ୍ଷ ରୋପଣ ହେବାର ଲକ୍ଷ୍ୟ ସଫଳ ହୋଇପାରିବ। ହେଉଥିବା ପ୍ରୋଜେକ୍ଟ ମଧ୍ୟ ଆଗେଇ ଚାଲିବ।

କରୋନା ଏବେବି ଦୂରେଇ ନାହିଁ, ସବୁପରେ ସ୍ବଚ୍ଛତା ରକ୍ଷା କରିବା, ସାମାଜିକ ଦୂରତା ରକ୍ଷା କରି ନିଜେ ସୁସ୍ଥ ରହିବା ସହ ପରିବାର ଓ ସମାଜକୁ ସୁସ୍ଥ ରଖିବା।

🙏ଜୟ ଜଗନ୍ନାଥ 🙏