Saha Charitable Trust

କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ

Home » Blog » କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ

ମକର ସଂକ୍ରାନ୍ତି ଦିନ ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବାଙ୍କୀର ଗୋପାଳପୁର ପଞ୍ଚାୟତ ପାଟୋପୁର ସିଂହନାଥ ମନ୍ଦିର ପରିସରର ପରିବେଶକୁ ସଫା କରାଯିବା ସହ ଅଞ୍ଚଳର 100ଜଣ ବୃଦ୍ଧ, ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ସହାୟତା ପ୍ରଦାନ କରିଛନ୍ତି ଟ୍ରଷ୍ଟର ଦୁଇଜଣ ଶୁଭାକାଙ୍ କ୍ଷୀ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ସାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନବାବା, ଜଗନ୍ନାଥ ମିଶ୍ର, ଶଙ୍କର, ଦୁଃଖିଆ ସାହୁ, ନରହରି ପ୍ରମୁଖ। ଏହି କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିବା ଶୁଭେଚ୍ଛୁମାନଙ୍କୁ ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ୍ ଅର୍ପଣ କରାଯାଉଛି।
🙏ଜୟ ଜଗନ୍ନାଥ 🙏