Saha Charitable Trust

Happy Republic Day

Home » Blog » Happy Republic Day

73ତମ ଗଣତନ୍ତ୍ର ଦିବସରେ OSAP ସପ୍ତମ ବାଟାଲିୟନ ପରିସରରେ ବୃକ୍ଷ ରୋପଣ


26 ଜାନୁଆରୀ 2022 73ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ସାହା ଚାରିଟେବୁଲ ଟ୍ରଷ୍ଟ, ସପ୍ତମ ବାଟାଲିୟନର ମିଳିତ ଭାବେ OSAP, ସପ୍ତମ ବାଟାଲିୟନ, ଭୁବନେଶ୍ୱର ପରିସରରେ 73 ଆମ୍ବ ଚାରା ଲଗାଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ବିଜୟ କୁମାର ସାହୁ OSAP, DCP ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କରିବା ସହ ରକ୍ଷଣାବେକ୍ଷଣ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ସୁବେଦାର ରତିକାନ୍ତ ସାମଲ, ସୁବେଦାର ପ୍ରଶାନ୍ତ, ସବ୍ଇନ୍ପପେକ୍ଟ ଅମିତ୍ ମହମ୍ମଦ ସଭାପତି, ଅନୀଲ ବଳ, ପୋଲିସ ବନ୍ଧୁମାନେ ଏବଂ ସାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନ ବାବାଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


ଓଡ଼ିଶାର ପରିବେଶର ସୁରକ୍ଷା ଓ ସବୁଜ ସୁନ୍ଦର କରିବାକୁ ସମସ୍ତେ ଇଚ୍ଛା ପ୍ରକାଶ କରି ପ୍ରତ୍ୟେକ କାର୍ଯ୍ୟକ୍ରମରେ କିଛି କିଛି ବୃକ୍ଷ ରୋପଣ କରାଗଲେ ଆମେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟକୁ ମଧ୍ୟ ସୁରକ୍ଷା ଦେଇପାରିବା ବୋଲି DCP ସାର୍ ତାଙ୍କ ଅଭିବ୍ୟକ୍ତିରେ ପ୍ରକାଶ କରିଥିଲେ। ଏହାକୁ ଉପସ୍ଥିତ ଥିବା ସମସ୍ତ ବନ୍ଧୁ ସମର୍ଥନ କରିଥିଲେ।


🙏ଜୟ ଜଗନ୍ନାଥ 🙏