🙏ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏
ତା 27/7/2022 ଡମପଡା ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ, ଡମପଡା, ବାଙ୍କୀ, କଟକଠାରେ ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ 200 ଆମ୍ବ ବୃକ୍ଷ ରୋପଣ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ବିକାଶ କୁମାର,ସନ୍ତୋଷ କୁମାର ପଟ୍ଟନାୟକ, ରଣା ବାବୁମାନଙ୍କର ଆର୍ଥିକ ସହାୟତା ରେ କାର୍ଯ୍ୟକ୍ରମଟି ପୂରଣ ହେଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ରଣା, ଅଧ୍ୟାପକ ଜ୍ୟୋତିପ୍ରକାଶ ପାଣି,ତାପସ କୁମାର ମହାନ୍ତି, ମହେଶ କୁମାର ରାଉତରାୟ, ଅନ୍ୟାନ୍ୟ କର୍ମଚାରୀ ବିଷ୍ଣୁପ୍ରିୟା ରାଉତ, ସ୍ମୃତିପ୍ରଜ୍ଞା ମହାପାତ୍ର,ମୀନା କୁମାରୀ ନାୟକ୍ , ଧନେଶ୍ୱର ସାହୁ, ସତ୍ୟପ୍ରକାଶ ଖଟୁଆ, ନରେଶ କୁମାର ମହାନ୍ତି, ତ୍ରୈଲୋକ୍ୟ ନାଥ ସାହୁ, ନିବାସ ଚନ୍ଦ୍ର ସାହୁ ଆଦି କର୍ମକର୍ତ୍ତା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ସାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନବାବା ରହି ଉତ୍ସାହ ସହ ବୃକ୍ଷ ରୋପଣ କାର୍ଯ୍ୟ କରିଥିଲେ। ଛାତ୍ରଛାତ୍ରୀମାନେ ଓଡ଼ିଶାକୁ ସବୁଜ ସୁନ୍ଦର ଓ ପରିବେଶ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା ଗୋଟିଏ ଜୀବନ ଗୋଟିଏ ବୃକ୍ଷ ପାଇଁ ଆହ୍ୱାନ କରିଥିଲେ।
ସାହା ଚାରିଟେବୁଲ ର Green Drive ର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଶାର ପ୍ରକୃତିକୁ ସୁରକ୍ଷା ଦେବା ଓ ପରିବେଶ ସୁରକ୍ଷା ପାଇଁ ପ୍ରକୃତିପ୍ରେମୀ, ଶୁଭେଚ୍ଛୁ ଆଗେଇ ଆସିବାକୁ ଆହ୍ବାନ କରିଛନ୍ତି।
🙏ଜୟ ଜଗନ୍ନାଥ 🙏



