Saha Charitable Trust

ବିଶ୍ୱ ପର୍ଯ୍ୟାବରଣ ଦିବସରେ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Home » Blog » ବିଶ୍ୱ ପର୍ଯ୍ୟାବରଣ ଦିବସରେ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

🙏ଜୟ ଜଗନ୍ନାଥ 🙏

ବିଶ୍ୱ ପର୍ଯ୍ୟାବରଣ ଦିବସରେ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଆଜି ବିଶ୍ୱ ପର୍ଯ୍ୟାବରଣ ଦିବସରେ ବିଶ୍ୱର ପରିବେଶ ସୁରକ୍ଷା ଏବଂ ମାନବ ସମାଜକୁ ସୁରକ୍ଷା ଦେବାପାଇଁ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଓଡ଼ିଶା ତଥା ଓଡ଼ିଶା ବାହାରର ବିଭିନ୍ନ ସ୍ଥାନ ଯଥା ଭୁବନେଶ୍ୱରର ମା’ ଶିଖରଚଣ୍ଡୀ ମନ୍ଦିର ପାଦଦେଶ ବଗିଚା, 7th ବାଟାଲିୟନ, 1st ବାଟାଲିୟନ, 8th ବାଟାଲିୟନ, SOG ଚନ୍ଦକା, ପୁରୀ, ଗୋପ, ବାଙ୍କୀ, ଛତିଆ, ବାଲେଶ୍ଵର, ବ୍ରହ୍ମପୁର, ଛତ୍ରପୁର, ଢେଙ୍କାନାଳ, ଦିଗପହଣ୍ଡି ଆଦି ସ୍ଥାନ ଏବଂ ଓଡ଼ିଶା ବାହାରେ ଦିଲ୍ଲୀ, ଉତ୍ତର ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତାମିଲନାଡୁ ଆଦି ବିଭିନ୍ନ ସ୍ଥାନରେ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭିଡିଓ କନଫରେନ୍ସ (ଜୁମ୍ ଆପ୍) ମାଧ୍ୟମରେ ଏକା ସମୟରେ ସମସ୍ତ ଯାଗାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି।

ଶାହା ଚାରିଟେବୁଲ ଟ୍ରଷ୍ଟ Green Driveର ମୁଖ୍ୟ ଲକ୍ଷ୍ୟ ପରିବେଶ ସୁରକ୍ଷା ରାଜ୍ୟ ତଥା ଦେଶକୁ ସବୁଜ ସୁନ୍ଦର ଓ ପଶୁପକ୍ଷୀମାନଙ୍କୁ ଖାଦ୍ୟ ଯୋଗାଇ ଦେବା ଲକ୍ଷ୍ୟ ଜାରି ରହିଛି।

ଆଜିର ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ Sri Bijay Kumar Sahu, OAPS(I) , DCP(ARMED), OSAP 7TH Bn., Bhubaneswar, Sri Ajaya Kumar Padhi, OAPS (I) Commandant SOG. Chandaka, କ୍ଷୀତିଶ ତ୍ରିପାଠୀ, ମୁକେଶ ବାଗଡିଆ, ରାମକୃଷ୍ଣ ସାହୁ, କିଶୋର ଅଗ୍ରଓ୍ବାଲ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିରେନ୍ଦ୍ର ବେତାଲା, ଶାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନବାବା ଏବଂ ଦୂରଦୂରାନ୍ତରରୁ ଆସିଥିବା ଅନେକ ସମାଜସେବୀ ଯୋଗଦେଇଥିଲେ। ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଉଛି ଶାହା ଚାରିଟେବୁଲ ଟ୍ରଷ୍ଟ।

ଶାହା ଚାରିଟେବୁଲ ଟ୍ରଷ୍ଟର ଏହି ମହତ୍ କାର୍ଯ୍ୟରେ ସମସ୍ତ ଅନୁଷ୍ଠାନ, ଶୁଭେଚ୍ଛୁ ଏବଂ ବ୍ୟକ୍ତି ବିଶେଷ ଅନୁପ୍ରାଣିତ ହୋଇ ସାମିଲ ହେବାକୁ ଏବଂ ସାହାଯ୍ୟ ସହଯୋଗ କରିବା ନିମନ୍ତେ ଆଶା ପ୍ରକାଶ କରିଛନ୍ତି ଟ୍ରଷ୍ଟର ମୁଖ୍ୟ ଜୀବନବାବା।

🙏🙏🙏 ଜୟ ଜଗନ୍ନାଥ 🙏🙏🙏