Saha Charitable Trust

ବିଶ୍ୱ ଧରିତ୍ରୀ ଦିବସ ଅବସରରେ ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ

Home » Blog » ବିଶ୍ୱ ଧରିତ୍ରୀ ଦିବସ ଅବସରରେ ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ

ତା 22.04.2022 ରିଖ ଦିନ ବିଶ୍ୱ ଧରିତ୍ରୀ ଦିବସ ଅବସରରେ ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱର ର ମା ଶିଖର ଚଣ୍ଡୀ ମନ୍ଦିର ର ପାଦଦେଶରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି, ଆଜି ବିଶ୍ୱ ଧରିତ୍ରୀ ଦିବସ, ଧରିତ୍ରୀ ମାଆ କୁ ସନମାନ ଓ ସୁରକ୍ଷା ଦେବାପାଇଁ, ପ୍ରତିବର୍ଷ ଏପ୍ରିଲ 22 ତାରିଖ ଟିକୁ ବିଶ୍ୱ ଧରିତ୍ରୀ ଦିବସ ରୂପେ ପାଳିତ ହୋଇଥାଏ,ଗତ2020ମସିହା ଠାରୁ ମା ଶିଖରଚଣ୍ଡୀ ଆଞ୍ଚଳିକ ସେବାସଂଘ ସହଭାଗିତା ରେ ସାହା ଚାରିଟେବୁଲ ପକ୍ଷ ରୁ ନୂତନ କରି ତିଆରି କରାଯାଇଥିବା ଫଳ ବଗିଚାରେ ରେ ଆଜି ଆଉ କିଛି ଫଳ ବୃକ୍ଷ ଲଗାଯାଇଛି, ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷ ରୁ ମା ଶିଖର ଚଣ୍ଡୀ ପୀଠ କୁ ସବୁଜ, ସୁନ୍ଦର ଏବଂ ଏହାର ପରିବେଶ ସୁରକ୍ଷା ଓ ଏଠାରେ ବସବାସ କରୁଥିବା ପଶୁ ପକ୍ଷୀ ମାନଙ୍କୁ ଖାଦ୍ୟ ଯୋଗାଇଦେବା ଲକ୍ଷ୍ୟ ଜାରିରଖିଛି, ସଂପ୍ରତି ଜଳବାୟୁ ପରିବର୍ତନ, ବିଶ୍ୱ ତାପନା ଓ ମଣିଷ ର ଅମାନୁଷିକ କାର୍ଯ୍ୟ କଳାପ ଯୋଗୁଁ ଜୈବ ବିବିଧତା ବିପଯ୍ୟସ୍ତ ସର୍ବୋପରି ମଣିଷର ସ୍ବେଛା ଚାରି କାର୍ଯ୍ୟ କଳାପ ଯୋଗୁଁ ଧରିତ୍ରୀ ମାଆ ସ୍ଵାଥ୍ୟ ଓ ସୁରକ୍ଷା ପାଇଁ ସଙ୍କଟ ଆଣିଦେଇଛି ବୋଲି କହିଛନ୍ତି ଟ୍ରଷ୍ଟ ର ମୁଖ୍ୟ ଜୀବନବାବା, ଏହି ମହତ କାଯ୍ୟ ପାଇଁ ସହାୟତା ପ୍ରଦାନକରିଛନ୍ତି ଢେଙ୍କାନାଳ ନିବାସୀ ଶ୍ରୀ ଯୁଗଳ କିଶୋର ଚଣ୍ଡକ, ତାଙ୍କ ଝିଅ ସ୍ୱର୍ଗୀୟା ଡା. ଶୀତଳ ଚଣ୍ଡକ ଙ୍କ ସ୍ମୃତି ରେ ଏହି ସାମାଜିକ ସେବା ରେ ସହାୟତା ପ୍ରଦାନ କରିଥିବାରୁ ଜୀବନବାବା ଧନ୍ୟବାଦ ଅର୍ପଣ କରିଛନ୍ତି, ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ, ଶ୍ରୀ ଯୁଗଳ କିଶୋର ଚଣ୍ଡକ,ଶକୁନ୍ତଳା ପ୍ରଧାନ, ରାକେଶ ଦାସ, ମୁକେଶ ଭାଗେରିଆ,ନିକିତା ଭାଗେରିଆ ସୁରମନି ବେହେରା, ରଞ୍ଜନ ସ୍ୱାଇଁ, ଶଙ୍କର କୁମାର ନାୟକ, ଆଲୋକ ଖଉଆ,ଏବଂ ସହା ଚାରିଟେବୁଲ ଟ୍ରଷ୍ଟ ର ମୁଖ୍ୟ ଜୀବନବାବା ନିଜେ ଉପସ୍ଥିତ ରହି ଏହି ମହତ କାଯ୍ୟରେ ସମସ୍ତ ଅନୁଷ୍ଠାନ ର ଶୁଭେଛୁ ଏବଂ ବ୍ୟକ୍ତି ବିଶେଷ ଏକାଠି ହୋଇ, ଚାଲନ୍ତୁ ଗଢିବା ସବୁଜ ଏବଂ ସୁନ୍ଦର ପୃଥିବୀ ଗଢିବା ପାଇଁ ପ୍ରକାଶ କରିଛନ୍ତି !


🙏ଜୟ ଜଗନ୍ନାଥ 🙏🌴🌳🌳🌳