Saha Charitable Trust

ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୨୦୦ ଆମ୍ବ ଚାରା ରୋପଣ !

Home » Blog » ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୨୦୦ ଆମ୍ବ ଚାରା ରୋପଣ !

ଛତ୍ରପୁର ସ୍ଥିତ ଅଗସ୍ତିନୂଆଗାଁ ଠାରେ ଅବସ୍ଥାପିତ ଅଷ୍ଟମ ବାଟାଲିୟନ କ୍ୟାମ୍ପସ ପରିସରରେ ଭୁବନେଶ୍ୱରସ୍ଥ ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଫେବୃଆରୀ 09/2022ରେ ୨୦୦ ଆମ୍ବ ଚାରା ରୋପଣ କରାଯାଇଛି । ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଓଏସଏପି-ଅଷ୍ଟମ ବାଟାଲିୟନର ସମସ୍ତ ସିପାହୀ, ଅଧିକାରୀଙ୍କ ସମେତ କମାଣ୍ଡାଣ୍ଟ ସାହେବ ସୂର୍ଯ୍ୟନାରାୟଣ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସର୍ବଶ୍ରୀ ଲଷ୍ମୀନାରାୟଣ ବେହେରା, ଜ୍ୟୋତିରଞ୍ଜନ ନାୟକ, ଅରୁଣ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଜୀବନବାବାଙ୍କ ନେତୃତ୍ତ୍ୱରେ ଆୟୋଜିତ ଏହି ସୌଜନ୍ୟ ମୂଳକ କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଆଦିକନ୍ଦ ଦାସ ମହାରାଜ(ପୁରୀ), ଦିଗପହଣ୍ଡିସ୍ଥ ଶ୍ରୀମା ହରିପ୍ରିୟା ଆଶ୍ରମର ବ୍ରହ୍ମଚାରୀ ଦେବଦତ୍ତ ମେକାପ, ଶ୍ରୀମତୀ ପଙ୍କଜିନୀ ଜେନା, ଦେବ ଦୁର୍ଲଭ ସାହୁ (ବ୍ରହ୍ମପୁର) ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମର ମହତ୍ତ୍ୱପ୍ରତିପାଦନ କରିଥିଲେ । ସମ୍ମାନିତ ଅତିଥିଭାବେ ବ୍ରହ୍ମପୁରର ଲାୟନ୍ସକ୍ଲବର ସଭାପତି ଡ଼ା.ଯୋଗେନ୍ଦ୍ର ନାୟକ, ଅରୁଣ ପ୍ରସାଦ ପଣ୍ଡା, ଟିଟାନିୟମ ଇଣ୍ଡଷ୍ଟ୍ରିର ପରିଚାଳକ ଭାଗିରଥି ହୋତା ପ୍ରମୁଖ ଯୋଗଦେଇ ଉତ୍ତମ ପରିବେଶ ଓ ଅମ୍ଳଜାନର ଆବଶ୍ୟକତା ପାଇଁ ବୃକ୍ଷ ରୋପଣ କରି ସବୁଜ-ବନାନୀ ସଂସ୍ଥାପନ କରିବାର ଲକ୍ଷ୍ୟ ଓ ମହତ୍ତ୍ୱ ବିଷୟରେ ସଚେତନତାର ବାର୍ତ୍ତା ଦେଇଥିଲେ ।
ଉକ୍ତ କାର୍ଯ୍ୟକ୍ରମ ପାଇଁ ସହାୟତା ପ୍ରଦାନ କରିଛନ୍ତି ଢେଙ୍କାନାଳନିବାସୀ ଯୁଗୋଳ କିଶୋର ଚାଣ୍ଡକ-କମଳା ଦେବୀଙ୍କ ସ୍ବର୍ଗୀୟା କନ୍ୟା ଡ଼ା ଶିତଳ ଚାଣ୍ଡକଙ୍କ ସ୍ମୃତିରେ। ଏହି ସାମାଜିକ କାମରେ ସହାୟତା ପାଇଁ ସାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନବାବା ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
🙏ଜୟ ଜଗନ୍ନାଥ 🙏