Saha Charitable Trust

1st IR Battalion (କୋରାପୁଟ)ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Home » Blog » 1st IR Battalion (କୋରାପୁଟ)ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

🙏 ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏

ତା 05.06.23 ବିଶ୍ଵ ପରିବେଶ ଦିବସରେ ସବୁଜ ବଳୟ ସୃଷ୍ଟି କରିବା, ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲାର 1st IR Battalion ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରର ସାହା ଚାରିଟେବଲୁ ଟ୍ରଷ୍ଟର ସହଯୋଗରେ ବାଟାଲିୟନ ପରିସରରେ 200-ବେଲ, 200-ବଉଳ, 200-ଲିମ୍ବ ବୃକ୍ଷ ରୋପଣ କରାଯାଇଛି।

ଏହି କାର୍ଯ୍ୟକ୍ରମରେ (OSAP-1)ର commandant J.Behera, Dy M K. Nayak, Asst commander B.N.Bage, Inspector R.K.Barik, Inspector. S.K.Pradhani, ASI G.N.Mallick, Battalion ର ସମସ୍ତ ପୋଲିସ ବନ୍ଧୁ ଏବଂ ସାହା ଚାରିଟେବୁଲୁ ଟ୍ରଷ୍ଟର ମୁଖ୍ୟ ଜୀବନବାବା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଜୀବନବାବା କହିଥିଲେ କେବଳ ପରିବେଶ ଦିବସରେ ନୁହେଁ ପରିବେଶ ସୁରକ୍ଷା ପାଇଁ ସବୁ ସମୟରେ ସଂକଳ୍ପ ବଦ୍ଧ ହେବା, ଗୋଟିଏ ଜୀବନ ଗୋଟିଏ ବୃକ୍ଷ ପାଇଁ ଆହ୍ୱାନ କରିଥିଲେ।

ସାହା ଚାରିଟେବୁଲ ଟ୍ରଷ୍ଟ Green Drive ର ଲକ୍ଷ୍ଯ ଏବର୍ଷ ଅର୍ଥାତ୍ 2023ରେ 1 ଲକ୍ଷ ବୃକ୍ଷ ରୋପଣ କରାଯିବ ସାରା ରାଜ୍ୟରେ। ଇଚ୍ଛୁକ ଥିବା ବ୍ୟକ୍ତିଙ୍କ ବାଡିବଗିଚା, ସଂସ୍ଥା, ମଠ, ବିଦ୍ୟାଳୟ, ରାସ୍ତାକଡରେ କିମ୍ବା ଯେକୌଣସି ସ୍ଥାନରେ ବୃକ୍ଷ ରୋପଣ କରିବା ପାଇଁ ଚାହୁଁଥିଲେ ବା ଏହି ମହତ୍ କାର୍ଯ୍ୟ ପାଇଁ କିଛି ସହଯୋଗ କରିବାକୁ ଚାହୁଁଥିଲେ ଯୋଗାଯୋଗ କରନ୍ତୁ – ସାହା ଚାରିଟେବୁଲ ଟ୍ରଷ୍ଟ, 9938693532।
🙏 ଜୟ ଜଗନ୍ନାଥ 🙏

Translate »