ଆଦ୍ୟ ତା27/11/2021ରିଖ ପ୍ରଥମାଷ୍ଟମୀ ଦିନ 1st Battalion, Dhenkanal ପରିସରରେ 100 ଆମ୍ବ ବୃକ୍ଷ ରୋପଣ କରାଯାଇଛି।
ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯୋଗ ଦେଇଥିଲେ OSAP 1st Battalion କମାଣ୍ଡୋ ସୁଧିର ବେହେରା, ସୁବେଦାର ପ୍ରଶାନ୍ତ, ହା.ମେଜର ରଞ୍ଜନ ଜେନା, ଅଭିଷେକ ମିଶ୍ର, ପଞ୍ଚାନନ ନାୟକ, ବିଜ୍ଞାନ ଜେନା, ରଜନୀ ବେହେରା ଓ ଅନେକ ପୋଲିସବନ୍ଧୁ ଉପସ୍ଥିତ ଥିଲେ ଏବଂ ସାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନବାବା।
ଓଡ଼ିଶାକୁ ସବୁଜ ସୁନ୍ଦର ଓ ପରିବେଶ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା ଗୋଟିଏ ଜୀବନ ଗୋଟିଏ ବୃକ୍ଷ ପାଇଁ ଆହ୍ୱାନ କରିଥିଲେ।
ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଇଁ ଢେଙ୍କାନାଳନିବାସୀ ଯୁଗୋଳ କିଶୋର ଚାଣ୍ଡକ-କମଳା ଦେବୀ ତାଙ୍କ ଝିଅ ସ୍ବର୍ଗୀୟା ଡା. ଶୀତଲ ଚାଣ୍ଡକଙ୍କ ସ୍ମୃତିରେ ସହାୟତା ପ୍ରଦାନ କରିଛନ୍ତି। ଏହି ସାମାଜିକ ସେବାରେ ସହାୟତା ପ୍ରଦାନ କରିଥିବାରୁ ସାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନବାବା ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଓଡ଼ିଶାର ପ୍ରକୃତିକୁ ସୁରକ୍ଷା ଦେବା ଓ ପରିବେଶ ସୁରକ୍ଷା ପାଇଁ ପ୍ରକୃତିପ୍ରେମୀ, ଶୁଭେଚ୍ଛୁ ଆଗେଇ ଆସିବାକୁ ଆହ୍ବାନ କରିଛନ୍ତି।
ସାହା ଚାରିଟେବୁଲ ଟ୍ରଷ୍ଟର ଏହି GREEN DRIVEର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଶାର ପ୍ରକୃତିକୁ ସବୁଜ ସୁନ୍ଦର ଓ ପରିବେଶକୁ ସୁରକ୍ଷା, ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ, ଆଶ୍ରୟସ୍ଥଳ ଏବଂ ଭବିଷ୍ୟତରେ କିଛି ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ଦେଇପାରିବ।
🙏ଜୟ ଜଗନ୍ନାଥ 🙏
